ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କୁ ମିଳିବ ଭାରତ ରତ୍ନ - କାହା କାହା କୁ ମିଳିବ ପୁରସ୍କାର ଲିଷ୍ଟ ଦେଖନ୍ତୁ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ୩ ଜଣଙ୍କୁ ମିଳିବ ଭାରତ ରତ୍ନ। ବିଶିଷ୍ଟ ସଂଗୀତକାର ଡକ୍ଟର ଭୂପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମରଣୋତ୍ତର ଭାବେ ମିଳିବ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ।

ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। ଏହି ତିନିଜଣଙ୍କୁ ଭାରତ ରତ୍ନ ପୁରସ୍କାର ପାଇଁ ମନୋନୀତ କରିଯିବା ପରେ ଟ୍ୱିଟ୍ କରି ସମସ୍ତ ତିନିଜଣଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଣବ ଦା’ଙ୍କୁ ଜଣେ ବିରାଟ ରାଷ୍ଟ୍ର ନାୟକ ବୋଲି ବର୍ଣ୍ଣନା କରିବା ସହ ଦେଶ ବିକାଶରେ ତାଙ୍କ ନିଃସ୍ୱାର୍ଥପର ସେବାକୁ ମନେ ପକାଇଛନ୍ତି।

ସେହିପରି ଗ୍ରାମାଞ୍ଚଳର ବିକାଶରେ ନାନାଜି ଦେଶମୁଖଙ୍କ ଅବଦାନ ଅତୁଳନୀୟ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ। ତାସହ ଜାତୀୟ ସଂହତି ରକ୍ଷାରେ ଗୀତ ଓ ସଂଗୀତ ମାଧ୍ୟମରେ ଭୂପେନ ହଜାରିକାଙ୍କ ଅବଦାନ ବି ସ୍ମରଣୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଅଧିକ ଖବର ପାଇଁ ଏଠି କ୍ଲିକ କରନ୍ତୁ - YouthNow.in

Share on Google Plus

About Gun Blood Cheats

    Blogger Comment
    Facebook Comment

0 comments:

Post a Comment