ମେରାଇନ୍‌ ଡ୍ରାଇଭ୍‌ ନିର୍ମାଣ କରିବାକୁ ଦେଉନାହାନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର

ବ୍ରହ୍ମପୁରର ଗୋପାଳପୁର ବନ୍ଦରରୁ ବାଲେଶ୍ୱର ଦିଘା ପର୍ଯ୍ୟନ୍ତ ଏକ କୋଷ୍ଟାଲ ହାଇଓ୍ୱେ ନିର୍ମାଣ କରିବାକୁ ଚାହୁଁଛନ୍ତି ମୋଦି ସରକାର । ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି । ଏହାର ଲମ୍ବା 415 କିଲୋମିଟର ଥିବା ବେଳେ ଏଥିପାଇଁ କେନ୍ଦ୍ର ସରକାର ଟଙ୍କା ଖର୍ଚ୍ଚ କରିବେ ବୋଲି ମଧ୍ୟ କହିଛନ୍ତି । ହେଲେ ଓଡ଼ିଶା ସରକାର ଏହାକୁ କରିବାକୁ ଦେଉନାହାନ୍ତି । ବଙ୍ଗୋପ ସାଗର ଉପକୂଳରେ ଏକ କୋଷ୍ଟାଲ ହାଇଓ୍ୱେ ନିର୍ମାଣ କରିବା ପ୍ରସଙ୍ଗରେ କହିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓଡ଼ିଶା ସରକାରଙ୍କ ଜନ ପ୍ରତିନିଧିଙ୍କୁ କୁଳାଙ୍ଗାର ଓ ଲୋକ ବିରୋଧୀ ବୋଲି କହି ସମାଲୋଚନା କରିଛନ୍ତି । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଅଞ୍ଚଳରେ ଉଜ୍ଜଳା ସ୍ୱଭିମାନ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଏଭଳି ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ, ଏହି କୋଷ୍ଟାଲ ହାଇଓ୍ୱେ ତଥା ମେରାଇନ୍‌ ଡ୍ରାଇଭ୍‌ ନିର୍ମାଣ କରିବାକୁ ମୋଦି ସରକାର ଯୋଜନା କରୁଥିବା ବେଳେ ରାଜ୍ୟ ସରକାର ଏଥିରେ ସହଯୋଗ କରୁନାହାନ୍ତି । ରାସ୍ତା ନିର୍ମାଶ ପାଇଁ ଜମି ଯୋଗାଇ ଦେଉନାହାନ୍ତି । ଏହି ରାସ୍ତା ନିର୍ମାଣ ହେଲେ ବ୍ରହ୍ମଗିରିବାସୀଙ୍କ ସମେତ ଉପକୂରରେ ରହୁଥିବା ସମସ୍ତେ ଉପକୃତ ହେବେ । କିନ୍ତୁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହା ଆରମ୍ଭ ହୋଇପାରୁନାହିଁ । ଏହି ପ୍ରକଳ୍ପରେ ପାଖାପାଖି 10 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ବୟବରାଦ ହୋଇସାରିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଶେଷରେ ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ଯେ, ନବୀନ ବାବୁଙ୍କ ରାଗ ଧର୍ମେନ୍ଦ୍ରଙ୍କ ଉପରେ ଥାଇପାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଥାଇପାରେ, ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ପରିବାର ଉପରେ ଥାଇପାରେ କିନ୍ତୁ ବ୍ରହ୍ମଗିରିବାସୀ ଓ ଚିଲିକା ଆଖ ପାଖରେ ରହୁଥିବା ଲୋକଙ୍କ ଉପରେ କାହିଁକି ରାଗ ସୁଝାଉଛନ୍ତି ? ସେମାନେ କ’ଣ ଭୁଲ କରିଛନ୍ତି ? କାହିଁକି ତାଙ୍କୁ ବିକାଶଠାରୁ ଦୁରେଇ ରଖାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଖବର ପ୍ରଥମେ  TheArgus.in  ପ୍ରକାଶିତ ହୋଇଥିଲା ,ସେଠି ଆପଣ ପ୍ରକୃତ ପୋଷ୍ଟ ଟି ପଢି ପାରିବେ 

Share on Google Plus

About Gun Blood Cheats

    Blogger Comment
    Facebook Comment

0 comments:

Post a Comment