ଅଯୋଧ୍ୟା ବିବାଦ: ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ, କୋର୍ଟ ଆମକୁ ଏହି ମାମଲା ଦେଉ, ୨୪ ଘଣ୍ଟାରେ ସମାଧାନ କରି ଦେବୁ

ନୂଆଦିଲ୍ଲୀ, ଜାନୁଆରୀ ୨୬ (ଖବର ଓଡ଼ିଶା):
ଅଯୋଧ୍ୟା ବିବାଦକୁ ନେଇ ପୁଣି ଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି କୋର୍ଟ ଏହି ମାମଲା ଆମ ହାତକୁ ହସ୍ତାନ୍ତର କରନ୍ତି ତେବେ ୨୪ ଘଣ୍ଟାରେ ଆମେ ଏହାର ନିସ୍ତାରଣ କରି ଦେବୁ। ଯୋଗୀ ଏହି ବୟାନ ଏକ ନ୍ୟୁଜ ଚ୍ୟାନେଲର କାର୍ଯ୍ୟକ୍ରମ ସମୟରେ କହିଛନ୍ତି।
ଯୋଗୀ ଏହା ମଧ୍ୟ କହିଛନ୍ତି ଯେ, ରାମ ମନ୍ଦିରକୁ ନେଇ କୋର୍ଟଙ୍କ ରାୟରେ ଯେତିକି ଯେତିକି ବିଳମ୍ବ ଘଟୁଛି ସେଥିରେ ଲୋକଙ୍କ ଧୈର୍ଯ୍ୟ ଭଙ୍ଗ ହୋଇପାରେ।  ଯଦି ସୁପ୍ରିମକୋର୍ଟ ଏହି ବିବାଦରେ ଶୀଘ୍ର ଶୁଣାଣି କରିବାକୁ ଅସମର୍ଥ ତେବେ କୋର୍ଟ ଆମକୁ ଏହି  ମାମଲା ଦେଇ ଦେଉ, ଆମେ ଏହାକୁ ୨୪ ଘଣ୍ଟା ମଧ୍ୟରେ ସମାଧାନ କରି ଦେବୁ।

ଚ୍ୟାନେଲର କାର୍ଯ୍ୟକ୍ରମ ସମୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ  ସେ ରାମ ମନ୍ଦିର ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ସମାଧାନ କରିବେ କି ଅନ୍ୟ କୌଣସି ପ୍ରକ୍ରିୟାରେ। ଏହି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ,  ପ୍ରଥମେ କୋର୍ଟ ଆମକୁ ଏହି ମାମଲା ହସ୍ତାନ୍ତର କରୁ, ପୁଣି ଦେଖିବେ ଆମେ କେମିତି ୨୪ ଘଣ୍ଟା ମଧ୍ୟରେ ଏହାର କେମିତି ସମାଧାନ କରୁଛୁ। 
୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ନିଜର ନିଷ୍ପତ୍ତିରେ ସ୍ଵୀକାର କରିଥିଲେ ଯେ ହିନ୍ଦୁ ମନ୍ଦିର କିମ୍ବା ସ୍ମାରକକୁ ଭାଙ୍ଗି ବାବ୍ରି ମସଜିଦ ନିର୍ମାଣ କରାଯାଇଥିଲା। ହାଇକୋର୍ଟଙ୍କ ଏହି ଆଦେଶରେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ରିପୋର୍ଟରେ ମଧ୍ୟ ଏହା ଉଲ୍ଲେଖ ରହିଛି।  
Share on Google Plus

About Gun Blood Cheats

    Blogger Comment
    Facebook Comment

0 comments:

Post a Comment