ଜରୁରୀ କାଳୀନ ପାଣ୍ଠି ରୁ ଚୋରି କରି ଭୋଟ କିଣୁଛନ୍ତି ନବୀନ - ବନ୍ୟା ଆସିଲେ ଓଡିଶାବାସୀ କୁ ସୁରକ୍ଷା ଦେବା ପାଇଁ ନାହିଁ ଟଙ୍କା

ବନ୍ୟା ବାତ୍ୟା ହେଲେ ଯେଉଁ ଟଙ୍କା ଖର୍ଚ କର ଯାଏ ତାହା କାଳିଆ ଯୋଜନା ରେ ବାଣ୍ଟି ଭୋଟ କିଣୁଛନ୍ତି ଅପାରଗ ସରକାର 

କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାର ନିଜକୁ ପ୍ରଶଂସା କରିବାର କୌଣସି ମୌକା ଛାଡୁନାହାନ୍ତି । ତେବେ ଜାତୀୟ ଗଣମାଧ୍ୟମ ନଜରରେ ଏହା ହେଉଛି ଭୋଟ ପାଇଁ ଲୁଟ୍ । ଇଂରାଜୀ ନ୍ୟୁଜ୍ ଚ୍ୟାନେଲ ଟାଇମସ ନାଓ କାଳିଆ ଯୋଜନା ପାଇଁ ଆକସ୍ମିକ ପାଣ୍ଠିରୁ ଟଙ୍କା ଉଠାଇବାକୁ ପ୍ରୋପାଗଣ୍ଡା ଟଙ୍କା ବରବାଦ ବୋଲି କହିଛି । ଟାଇମ୍ସ ନାଓ ଅନୁସାରେ, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନବୀନ ସରକାର ଓଡ଼ିଶାର ସାଧାରଣ ଜନତାଙ୍କ ପକେଟରୁ ଟଙ୍କା ଖର୍ଚ୍ଚ କରି ଏଭଳି ପ୍ରପାଗଣ୍ଡା ଚଳାଇଛନ୍ତି ।


ନବୀନ ପଟ୍ଟନାୟକ ସରକାର ଉପରେ ଜୋରଦାର ଆକ୍ରମଣ କରି ଓଡ଼ିଶା କେତେ କରଜ ବୋଝ ତଳେ ଅଛି ଓ କେମିତି କେବଳ ଭୋଟ ପାଇଁ ଆକସ୍ମିକ ପାଣ୍ଠିକୁ ବ୍ୟବହାର କରାଯାଉଛି ସେ କଥା ଚ୍ୟାନେଲ ଉଲ୍ଲେଖ କରିଛି । ଯାହାକୁ ଏମରଜେନସ୍ସି ଲୁଟ୍ ଫର ଭୋଟ୍ ବୋଲି ମଧ୍ୟ କହିଛି ଚ୍ୟାନେଲ । ଓଡିଶା ୯୧ହଜାର କୋଟି ଟଙ୍କା ଋଣ ଭାରରେ ବୁଡିଥିବା ବେଳେ, ପ୍ରାକୃତିକ ବିପର୍ଯ୍ୟୟ ପଡିଲେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଅର୍ଥ ହିଁ ନାହିଁ ।

Source- TheArgus.in
Share on Google Plus

About Gun Blood Cheats

    Blogger Comment
    Facebook Comment

0 comments:

Post a Comment